ବୋନସକୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ

ନୂଆଦିଲ୍ଲୀ : ଦଶହରା ପୂର୍ବରୁ କେନ୍ଦ୍ର ସରକାର ୨୦୧୯-୨୦୨୦ ବର୍ଷ ପାଇଁ ବୋନସ୍‌ ଘୋଷଣା କରିଛନ୍ତି। ଏହାଦ୍ୱାରା ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ ହେବେ। ଏଥିପାଇଁ କରିବ। ଏଥିନିମନ୍ତେ ବ୍ୟୟ ହେବ ୩, ୭୩୭ କୋଟି ଟଙ୍କା।

ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଉଭୟ ‘ପ୍ରଡକ୍ଟିଭିଟି-ଲିଙ୍କ୍‌ଡ୍‌ ବୋନସ୍’ ଓ ‘ପ୍ରଡକ୍ଟିଭିଟି-ଲିଙ୍କ୍‌ଡ୍‌ ବୋନସ୍’ ଅନୁମୋଦନ କରିଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକ। ସେ କହିଛନ୍ତି ବିଜୟା ଦଶମୀ ପୂର୍ବରୁ ଗୋଟିଏ କିସ୍ତିରେ ‘ଡାଇରେକ୍ଟ୍‌ ବେନିଫିଟ୍‌ ଟ୍ରାନ୍‌ସ୍‌ଫର୍‌’ ମାଧ୍ୟମରେ ବୋନସ୍‌ ଟଙ୍କା ପଠାଇ ଦିଆଯିବ। ଏହି ବୋନସ୍ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବାକୁ ଥିବାବେଳେ ମଧ୍ୟବର୍ଗୀୟଙ୍କୁ ଖର୍ଚ୍ଚ ନିମନ୍ତେ ଉତ୍ସାହିତ କରିବ।

ମତାମତ ଦିଅନ୍ତୁ ।