ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ୍‌ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ପାଇଁ ଚଳିତ ଶିକ୍ଷା ବର୍ଷରେ ପାଠପଢ଼ା ହୋଇପାରିନି। ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ରହୁଛନ୍ତି। ତେଣୁ କୋଭିଡକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଉ। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଡିଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ୍‌ ପ୍ରସ୍ତୁତ କରାଗଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହେବ। ଏଥିସହ ସବୁ ଉଚ୍ଚତର ଶିକ୍ଷାର ଇଣ୍ଟରଲିଙ୍କ ରହିଛି। ଜାତୀୟ ଗାଇଡଲାଇନ ପ୍ରସ୍ତୁତ ହେଲେ ସମସ୍ତଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ୨୦୨୦-୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ମତାମତ ଦିଅନ୍ତୁ ।