ବ୍ରହ୍ମଗିରି ବଡବନ୍ଧକେରା ଗାଁରେ ବୋମାମାଡ

0

ପୁରୀ : ବ୍ରହ୍ମଗିରି ଥାନା ଅନ୍ତର୍ଗତ ବଡବନ୍ଧକେରା ଗାଁରେ ମଙ୍ଗଳବାର ରାତିରେ ବୋମାମାଡ ହୋଇଛି। ଏହି ଘଟଣାରେ ମନୋଜ ପାଣିଙ୍କ ହାତ ଛିଣ୍ଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ ବଡବନ୍ଧକେରା ଗାଁର ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ମଙ୍ଗଳବାର ଗୋଟିଏ ଗୋଷ୍ଠୀ ଯନ୍ତାଳ ଭୋଗ ବସାଇବା ବେଳେ ଅନ୍ୟ ଗୋଷ୍ଠୀ ହଠାତ୍ ପାଟିତୁଣ୍ଡ କରି ବୋମାମାଡ କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.