ବ୍ରହ୍ମଗିରି : ଜମି ବିବାଦକୁ ନେଇ ସଂଘର୍ଷ, ୨ ମୃତ

ପୁରୀ : ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ବ୍ରହ୍ମଗିରି ଥାନା ପୋଲିସ ୫ଜଣଙ୍କୁ ଧରିନେଇଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଖବର ଅନୁଯାୟୀ ଅନୁଯାୟୀ ଡିମିରିସେଣା ଗାଁର ଦୁଇ ପରିବାର ମଧ୍ୟରେ ପାଣିକଳ ବସାଇବାକୁ ନେଇ ବିବାଦ ରହିଥିଲା। ଗତକାଲି ଅମିନ ଆସି ଜମିଜମା ମାପିବା ପରେ ଦୁଇ ପରିବାର ବିବାଦର ସମାଧାନ ହୋଇଥିଲା। କିନ୍ତୁ ଆଜି ସକାଳେ ଉଭୟ ପରିବାରର ମହିଳାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ତେଣ୍ଟା ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ। ଏଥିରେ ସୁରେନ୍ଦ୍ର ଭୋଇ ଓ କାଳିଆ ଭୋଇ ଗୁରୁତର ହୋଇଥିଲେ। ସେମାନଙ୍କର ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇ କେରାଣ୍ଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ରେବୁଣା ନୂଆଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଖବର ମିଳିଛି।

ମତାମତ ଦିଅନ୍ତୁ ।