ବ୍ରହ୍ମପୁର ଏସ୍‌ପିଙ୍କ ଚେତାବନୀ : ଦାଦାବଟି ମାଗିଲେ ଏନଏସଏରେ ବୁକ୍‌

ବ୍ରହ୍ମପୁର : ଦାଦାବଟିକୁ ନେଇ ବାରମ୍ବାର ଆକ୍ରମଣ ଘଟଣା ଘଟୁଥିବାରୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କଡା କେତାବନୀ ଶୁଣାଇଛନ୍ତି। ସେ କହିଛନ୍ତି ଦାଦାବଟି ମାଗିଲେ ଏଣିକି ହେବ କଠୋର କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ ଏନଏସଏରେ ମାମଲା ରୁଜୁ କରାଯିବ।

ଶନିବାର ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଜଣେ ବ୍ୟବସାୟୀ ଓ ତାଙ୍କ ଭଉଣୀକୁ ମରାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସପୃକ୍ତ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ଦାଦାବଟି ନେଇ ସାଧାରଣ ଲୋକ ଅଭିଯୋଗ ପାଇଲେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିବାକୁ ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ମତାମତ ଦିଅନ୍ତୁ ।