ବ୍ରହ୍ମପୁର ଜେଲରୁ ହୋଇଥିଲା କାଳିଆକୁ ହତ୍ୟା ପାଇଁ ଯୋଜନା

ବ୍ରହ୍ମପୁର : ଲକ୍ଷ୍ମୀନୃସିଂହ ସାହି ଯୁବ ବେପାରୀ ଜି. ଶିବ ଶଙ୍କର ପାତ୍ର ଓରଫ କାଳିଆକୁ ହତ୍ୟା ପାଇଁ ବ୍ରହ୍ମପୁର ସର୍କଲ ଜେଲ ଭିତରୁ ହୋଇଥିଲା ଯୋଜନା। ସେହି ସାହିର ବାନ୍ଧବୀଙ୍କ ସହ ଫୋନରେ କଥା ହୋଇ ନକ୍ସା ତିଆରି କରିଥିଲା ଜେଲରେ ଥିବା ଅପରାଧୀ ପ୍ରଦୀପ ସାହୁ। ମୁମ୍ବାଇରୁ ଡକାଯାଇଥିଲା ସୁପାରିକିଲର। ବଡ ବଜାର ପୋଲିସ ଏହି ସୂଚନା ଦେଇଥିବା ବେଳେ ରାଜେଶଙ୍କ ସହ ପ୍ରଦୀପଙ୍କ ବାନ୍ଧବୀ, ସହଯୋଗୀ ମନୋଜ କୁମାର ସାହୁ ଓ ଅଜୟ ମହାରଣାଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ଗତ ୨୭ତାରିଖରେ ଲକ୍ଷ୍ମୀନୃସିଂହ ସାହିରେ ବେପାରୀ ଜି. ଶିବଶଙ୍କ ଉପରେ ବୋମାମାଡ଼ ହୋଇଥିଲା। ମିଳିଥିବା ସିସିଟିଭି ଫୁଟେଜରେ ସୁପାରିକିଲର ରାନୀ ପଣ୍ଡା ଓରଫ ରାଜେଶ ପାଣିଗ୍ରାହୀ ସାଇକେଲରେ ଆସି ବୋମାମାଡ଼ କରୁଥିବା ଦେଖାଯାଇଛି। ସେ ଜଣେ ପେଶାଦାର ଅପରାଧୀ। ମୁମ୍ବାଇରେ ରହୁଛନ୍ତି। ସେ ପ୍ରଦୀପ ସାହୁ ପ୍ରରୋଚନାରେ ଏପରି କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Back to top button