ବ୍ରହ୍ମପୁତ୍ର ନଦୀରେ ଚୀନ ନିର୍ମାଣ କରିବ ଡ୍ୟାମ

ବେଜିଂ : ଆସାମରେ ପ୍ରବାହିତ ବ୍ରହ୍ମପୁତ୍ରର ଉପର ମୁଣ୍ଡରେ ଚୀନ ମେଗା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଚୀନ ସଂସଦ ଏହାକୁ ଦେଇଛି ଅନୁମତି। ଏହାଦ୍ୱାରା ବ୍ରହ୍ମପୁତ୍ର ନଦୀର ପାଣି ଉପରେ ଚୀନ ନିୟନ୍ତ୍ରଣ ରହିବ। ତଳିଆ ଅଞ୍ଚଳରେ ଥିବା ଭାରତ ଓ ବାଂଲାଦେଶ ଏ ନେଇ ସମସ୍ୟାରେ ପଡ଼ିବେ।

ଏହି ଡ୍ୟାମ ଅରୁଣାଚଳ ପ୍ରଦେଶ ପାଖ ଦେଇ ଯିବ। ତିବ୍ବତ ସ୍ୱୟଂଶାସିତ ଅଞ୍ଚଳରେ କମ୍ୟୁନିଷ୍ଟ ପାର୍ଟିରେ ଉପମୁଖ୍ୟ ଚେ ଡାଲ୍ହା ଘୋଷଣା କରିଛନ୍ତି ତୁରନ୍ତ ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ସହ ପରିବେଶ ଉପରେ ପ୍ରକଳ୍ପର ପ୍ରଭାବ ପଡିବ ତାହାର ଅନୁଧ୍ୟାନ କରାଯିବା ଦରକାର। ବ୍ରହ୍ମପୁତ୍ର ତିବ୍ବତରେ ୟାରଲଙ୍ଗ ଜ୍ୟାଙ୍ଗବୋ ନାଁରେ ପରିଚିତ। ଯେଉଁଠାରେ ଏହା ଅରୁଣାଚଳ ସୀମା ଛୁଇଁଛି। ତେଣୁ ପ୍ରକଳ୍ପ ହେଲେ ଭବିଷ୍ୟତରେ କୌଣସି ବିପର୍ଯ୍ୟୟ ହେଲେ ଭାରତ ପ୍ରଭାବିତ ହେବ। ଏହାଛଡା ବ୍ରହ୍ମପୁତ୍ର ନଦୀର ପାଣି ଉପରେ ଚିନାର ନିୟନ୍ତ୍ରଣ ରହିଲେ ଖରାଦିନେ ଜଳ ପ୍ରଭାବ କମିଯିବ। ସେହିପରି ମାତ୍ରାଧିକ ବର୍ଷା ହେଲେ ଯଦି ଡ୍ୟାମ୍ ଜଳ ପରିଚାଳନା ସଠିକ ନହୁଏ ତେବେ ଭାରତରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button