ବ୍ରଜରାଜନଗର: ନିଆଁରେ ଜଳିଗଲେ ପତି-ପତ୍ନୀ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୌରାଞ୍ଚଳରେ ଅଘଟଣା ଘଟିଛି। ରାମପୁର ପଞ୍ଜାବୀ ଧୌଡ଼ାରେ ନିଆଁଲାଗି ସ୍ୱାମୀ- ସ୍ତ୍ରୀ ଜିଅନ୍ତା ଜଳିଯାଇଛନ୍ତି।

ଖବର ଅନୁଯାୟୀ ଗିରିବର ଦାସଙ୍କ ପତ୍ନୀ କୋଇଲା ଚୁଲି ଘରକୁ ନେବା ସମୟରେ ପିନ୍ଧିଥିବା କପଡ଼ାରେ ନିଆଁ ଲାଗିଯାଇଥିଲା। ସେ ଭୟଭୀତ ହୋଇ ଚୁଲିଟିକୁ ଫୋପାଡ଼ି ଦେଇଥିଲେ ହେଁ ନିଆଁରେ ଜଳିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଗିରିବର ମଧ୍ୟ ଜଳିଯାଇଥିଲେ। ନିକଟରେ ଥିବା ପେଟ୍ରୋଲ୍ ଭଳି କୌଣସି ପଦାର୍ଥରେ କୋଇଲା ଚୁଲିର ନିଆଁ ଲାଗିଯିବାରୁ ଘର ଭିତରର ଥିବା ବହୁ ଜିନିଷ ପତ୍ର ଜଳିଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଦେଇଛି।

ମତାମତ ଦିଅନ୍ତୁ ।