ବ୍ରାଉନସୁଗର ଜବତ : ୪ ଗିରଫ

ଭଦ୍ରକ : ଭଦ୍ରକରେ ବ୍ରାଉନସୁଗର ବୃଦ୍ଧି ପାଉଛି। କିଛିଦିନ ଅନ୍ତରରେ ପୋଲିସ ଏହି ବେପାରରେ ଲିପ୍ତ ଅଭିଯୁକ୍ତଙ୍କୁ ଗିରଫ କରୁଥିଲେ ମଧ୍ୟ କାରବାର ଉପରେ ଅଙ୍କୁଶ ଲଗାଇ ପାରୁନି। ଚରମ୍ପା ନିକଟସ୍ଥ ଧାମରା ବ୍ରିଜ ତଳେ ତଲାସି ବେଳେ ଜବତ ହୋଇଛି ୨୬୫ ଗ୍ରାମ ବ୍ରାଉନସୁଗର। ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଗତକାଲି କୌଣସି ସୁତ୍ରରୁ ସୂଚନା ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ ଚରମ୍ପା ନିକଟସ୍ଥ ଜାତୀୟ ରାଜପଥର ଧାମରା ବ୍ରିଜଠାରେ ଛକି ରହିଥିଲେ। ଏକ ନମ୍ବର ବିହୀନ ବାଇକରେ ଆସୁଥିବା ୨ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ବ୍ରାଉନସୁଗର ମିଳିଥିଲା। ପରେ ପୋଲିସ ତଦନ୍ତ କରି ୨ ଜଣ ମହିଳା ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button