ରାଶି ଅନୁସାରେ ହନୁମାନଙ୍କର ଏହି ମନ୍ତ୍ର ପାଠ କରନ୍ତୁ

ମହାବୀର ହନୁମାନ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଶ୍ରେଷ୍ଠ ଭକ୍ତ। ବିଧି ମୁତାବକ ତାଙ୍କ ପୂଜାର୍ଚ୍ଚନା କଲେ ସୁଫଳ ମିଳେ। ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ। ପ୍ରତିଦିନ ଭକ୍ତିର ସହ ହନୁମାନ ଚାଳିଶା ପାଠ କଲେ ଦୁଃଖ କଷ୍ଟରୁ ମିଳେ ମୁକ୍ତି। ତେଣୁ ରାଶି ଅନୁସାରେ ହୁନମାନଙ୍କର ମନ୍ତ୍ର ପାଠ କରିବା ଆବଶ୍ୟକ।

ହନୁମାନ ଦ୍ୱାଦଶ ନାମ – ହନୁମାନ, ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ, ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ, ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ। ଏହାକୁ ଜପ କଲେ ଅନେକ ସୁଫଳ ମିଳିଥାଏ । ଏହି କପିନ୍ଦ୍ରଙ୍କ ମହାତ୍ମ। ଯାତ୍ରା କାଳେ ଅତ୍ୟନ୍ତ ଲାଭଦାୟୀ, ମୃତ୍ୟୁର ଭୟ ରହେନାହିଁ ଓ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

  • ଜୟ ରାମ ଶ୍ରୀ ରାମ ଜୟ ଜୟ ରାମ ତାରକ ମନ୍ତ୍ର ସହ ଜୟ ହନୁମାନ, ମହାବୀର ଜପ କରି ପାରିବେ।
  • ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ବିଶେଷ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ଓଁ ସର୍ବଦୁଃଖ ହରାୟ ନମଃ ମନ୍ତ୍ର ଜପ କରନ୍ତୁ।
  • କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତି ଓଁ ପରଶୌର୍ଯ୍ୟ ବିନାଶନ ନମଃ ଜପ କରନ୍ତୁ।
  • ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ଓଁ ମନୋଜବଂ ନମଃ ଏବଂ ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ  
  • ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀ ଅବସରରେ ଓଁ ସର୍ବଗ୍ରହ ବିନାଶୀ ନମଃ ଜପ କରିବା ଆବଶ୍ୟକ।

ମତାମତ ଦିଅନ୍ତୁ ।