ଆୟୁର୍ବେଦିକ ଚା’ ବଢାଇବ ରୋଗ ପ୍ରତିରୋଧକ ଶକ୍ତି

ବିଶ୍ଵରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ସାଢେ ତିନିଲକ୍ଷ ଛୁଇଁବାକୁ ଯାଉଥିବା ବେଳେ କରୋନାର ମୁକାବିଲା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରିନି। ଭାରତରେ ମଧ୍ୟ କାୟା ବିସ୍ତାର କରୁଛି କରୋନା। ଯେହେତୁ ପ୍ରତିଷେଧକ ନାହିଁ। ଏଭଳି ପରିସ୍ଥିତିରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାର ଆବଶ୍ୟକତା ରହିଛି। ସେଥିପାଇଁ କ’ଣ କରିବାକୁ ପଡିବ ଉପାୟ ବତାଇଛି ଆୟୁଷ ମନ୍ତ୍ରାଳୟ।

ଆୟୁଷ ମନ୍ତ୍ରାଳୟ ଏକ ବିଶେଷ କାଢ଼ା ପ୍ରସ୍ତୁତ କରିବାକୁ କହିଛି। ତେଣୁ ୪ ଭାଗ ତୁଳସୀ ପତ୍ର, ଦୁଇ ଭାଗ ଡାଲଚିନି, ଦୁଇ ଭାଗ ଶୁଣ୍ଠୀ ଓ ଭାଗେ ଗୋଲ ମରିଚକୁ ମିଶାଇ ଗୁଣ୍ଡ କରିବା ପରେ ଏହାକୁ ୩ ଗ୍ରାମର ପ୍ୟାକେଟ କରିବେ। ନଚେତ ୫୦୦ ମିଲିଗ୍ରାମ ପାଉଡରକୁ ଗୁଳା କରିଦେବେ। ଏହାକୁ ୧୫୦ ମିଲିଲିଟର ଫୁଟା ପାଣିରେ ପକାଇ ଚା’ ଭଳି ଦିନକୁ ୨-୩ ଥର ପିଇବାକୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।