ଅକ୍ଷୟ କୁମାର ନୁହନ୍ତି ‘ଲକ୍ଷ୍ମୀ ବମ୍‌’ର ରିଏଲ ଲକ୍ଷ୍ମୀ

ମୁମ୍ବାଇ: କରୋନା ଯୋଗୁଁ ଦେଶବ୍ୟପୀ ଲକ୍‌ଡାଉନ୍ ଚାଲିଥିବାରୁ ସବୁ କିଛି ବନ୍ଦ ରହିଛି । ଲକ୍‌ଡାଉନ୍ ଯୋଗୁଁ ସବୁଠୁ ବେଶି ପ୍ରଭାବିତ ହୋଇଛି ଫିଲ୍ମ ଇଣ୍ଡଷ୍ଟ୍ରି ବଲିଉଡ୍ । ସଂକ୍ରମଣ ଭୟ ଥିବାରୁ ସବୁ ସିନେମା ହଲ ବନ୍ଦ ରହିଛି । ଫଳରେ ଅନେକ ଫିଲ୍ମ ରିଲିଜ୍ ହୋଇପାରିନାହିଁ । ତେଣୁ ଫିଲ୍ମର ଡାଇରେକ୍ଟରମାନେ ଏବେ ଏସବୁ ଚଳଚିତ୍ରକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ କରିବାକୁ ଚିନ୍ତା କରିଛନ୍ତି । ‘ଗୁଲାବୋ-ସିତାବୋ’ ଓ ‘ଧୁମକେତୁ’ ପରେ ଏବେ ଆଉ ଏକ ବଡ଼ ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଶୀଘ୍ର ଅକ୍ଷୟକୁମାର ଅଭିନୀତ ଲକ୍ଷ୍ମୀ ବମ୍ ଡିଜନୀ ହଟ୍‌ଷ୍ଟାରରେ ରିଲିଜ୍ ହେବାକୁ ଯାଉଛି । ଅକ୍ଷୟଙ୍କ ସହ ଏହି ଫିଲ୍ମରେ କିଆରା ଆଡଭାନୀ ଲିଡ୍ ରୋଲରେ ଅଛନ୍ତି । ଅକ୍ଷୟ ପ୍ରଥମଥର ପାଇଁ ଏହି ଫିଲ୍ମରେ କିନ୍ନର ଭୂମିକାରେ ଆସୁଛନ୍ତି ।


ମାତ୍ର ଫିଲ୍ମରେ ଲକ୍ଷ୍ମୀ କିଏ ଯାହାଙ୍କ ଉପରେ ଫିଲ୍ମର ଟାଇଟେଲ୍ ରଖାଯାଇଛି । ସେ ହେଲେ ଲୋକପ୍ରିୟ ଫିଲ୍ମ ତଥା ସିରିଏଲ୍ ଅଭିନେତା ଶରଦ କେଲକର୍ । ଶରଦ ଫିଲ୍ମରେ ଜଣେ ମରିଥିବା କିନ୍ନର ଭୂମିକା ନିର୍ବାହ କରୁଛନ୍ତି ଯାହାଙ୍କ ଭୂତ ଅକ୍ଷୟଙ୍କ ଉପରେ ସବାର ହେଉଛି । ଲକ୍ଷ୍ମୀ ବମ୍ ହେଉଛି ତାମିଲ ଫିଲ୍ମ ‘ମୁନି ୨-କଂଚନା’ର ହିନ୍ଦି ରିମେକ । ତାମିଲ ଫିଲ୍ମରେ ସୁପରଷ୍ଟାର ଶରତ କୁମାର ଲିଡ୍ ରୋଲ୍‌ରେ ନଜର ଆସିଥିଲେ । ତାଙ୍କଠୁ ପ୍ରେରଣା ନେଇ ଶରଦ ଏହି ଭୂମିକା ନିର୍ବାହ କରୁଥିବା କହିଛନ୍ତି ।

ମତାମତ ଦିଅନ୍ତୁ ।