ସ୍ପେସାଲ୍‌ ଟ୍ରେନ୍‌ ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୧୨୦ ଦିନକୁ ବୃଦ୍ଧି

ନୂଆଦିଲ୍ଲୀ : ସ୍ପେସାଲ୍‌ ଟ୍ରେନ୍‌ର ଅଗ୍ରୀମ ରିଜର୍ଭେସନ୍ ସମୟସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି ସହିତ ୨୩୦ଟି ସ୍ପେସାଲ୍ ଟ୍ରେନ୍‌ରେ ପାର୍ସଲ୍ ଓ ଲଗେଜ୍ ବୁକିଙ୍ଗ୍ ପାଇଁ ଅନୁମତି ମିଳିବ। ଆଜି ରେଳ ମନ୍ତ୍ରାଳୟ ଏହି ଘୋଷଣା କରିଛି। ଭାରତୀୟ ରେଳବାଇର ଏହି ସଂଶୋଧିତ ନିର୍ଦେଶାବଳୀ ମେ’ ୧୨ ତାରିଖରୁ ପୁନଃ ଚଳାଚଳ ଆରମ୍ଭ କରିଥିବା ୩୦ଟି ରାଜଧାନୀ ଭଳି ଟ୍ରେନ୍ ଓ ଜୁନ୍‌ ୧ରୁ ଚଳିବାକୁ ଥିବା ୨୦୦ ସ୍ପେସାଲ୍ ମେଲ୍ ଏକ୍ସପ୍ରେସ୍ ପାଇଁ ଲାଗୁହେବ। ଉପରୋକ୍ତ ପରିବର୍ତ୍ତନ ମେ’ ୩୧ ତାରିଖ ଟ୍ରେନ୍ ବୁକିଙ୍ଗ୍ ସମୟ ସକାଳ ୮ଟାରୁ ଲାଗୁ ହେବ।

ମତାମତ ଦିଅନ୍ତୁ ।