ସୁନା-ରୂପା ଦାମ କମିଲା

ନୂଆଦିଲ୍ଲୀ : ଦେଶରେ ଶସ୍ତା ହେଲା ସୁନା ଓ ରୂପା। ବୁଲିୟନ ମାର୍କେଟ୍‌ରେ ଶୁକ୍ରବାର ସକାଳେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୪୬,୮୧୯  ଟଙ୍କା ରହିଛି। ଗୁରୁବାର ଏହି ଦର ଥିଲା ୪୬,୯୯୫ ଟଙ୍କା। ସେହିପରି ରୂପା କିଲୋ ପ୍ରତି ୩୫ ଟଙ୍କା ଶସ୍ତା ହୋଇଥିବା ବେଳେ ମୂଲ୍ୟ ରହିଛି ୪୭୮୫୦ ଟଙ୍କା। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ଓ୍ଵେବ୍‌ସାଇଟ୍‌ ବଜାର ଅନୁଯାୟୀ ଏହି ସୂଚନା ମିଳିଛି।

ସେହିପରି ଆଜି ୨୩ କ୍ୟାରେଟ୍‌ ସୁନା ୯୯୫ରେ ୧୭୫ ଟଙ୍କା କମିଛି। ୨୩ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ମୂଲ୍ୟ ୪୬,୧୦୫ ଟଙ୍କା ରହିଥିବା ବେଳେ ଗୁରୁବାର ଏହାଥିଲା ୪୬,୬୩୨ ଟଙ୍କା। ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ୧୬୧ ଟଙ୍କା ଶସ୍ତା ହୋଇଛି। ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୩୫,୧୧୪ ଟଙ୍କା।

ମତାମତ ଦିଅନ୍ତୁ ।