ମୋବାଇଲ ନମ୍ବର ସଂଖ୍ୟା ୧୧ ପାଇଁ ଟ୍ରାଇର ସୁପାରିସ

ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ନୂତନ ଯୋଜନା ଅନୁଯାୟୀ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ ‘0‘ ରଖିବା ବାଧ୍ୟତାମୂଳକ ହେବ। ଏହାଛଡା ମୋବାଇଲ୍ ଫୋନର ସଂଖ୍ୟାକୁ ୧୦ ରୁ ୧୧କୁ ବୃଦ୍ଧି କରିବାକୁ ମଧ୍ୟ ଟ୍ରାଇ ପରାମର୍ଶ ଦେଇଛି। କିନ୍ତୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବା ପାଇଁ ଶୂନ ପ୍ରୟୋଗର ଆବଶ୍ୟକତା ନାହିଁ। ଯଦି ଟ୍ରାଇର ଏହି ସୁପାରିଶଗୁଡିକ କାର୍ଯ୍ୟକାରୀ ହୁଏ, ତେବେ ପ୍ରାୟ ୧୦ ବିଲିୟନ ମୋବାଇଲ୍ ନମ୍ବର ପ୍ରଭାବିତ ହେବ। ଏହା ଅଧୀନରେ ମୋବାଇଲ୍ ନମ୍ବରରେ ଅଙ୍କ ସଂଖ୍ୟା ୧୧ ହେବ ଓ ଏହି ସଂଖ୍ୟା ୯ ଅଙ୍କରୁ ଆରମ୍ଭ ହେବ।  ଏଥିସହ ଡଙ୍ଗଲ ପାଇଁ ମୋବାଇଲ୍ ନମ୍ବର ସଂଖ୍ୟାକୁ ୧୩ ଅଙ୍କରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।