ଏଲ୍‌ପିଜି ସିଲିଣ୍ଡର୍‌ର ଦର ବଢ଼ିଲା

ନୂଆଦିଲ୍ଲୀ : ସୋମବାର ଠାରୁ ମେଟ୍ରୋ ସହରମାନଙ୍କରେ ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍ ପିଛା ୩୭ ଟଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ବଜାରରେ ଏଲ୍‌ପିଜିର ମୂଲ୍ୟ ବଢ଼ିଥିବାରୁ ଦର ବୃଦ୍ଧି କରାଯାଇଛି ବୋଲି ଦେଶର ସର୍ବବୃହତ୍ ଇନ୍ଧନ ଯୋଗାଣକାରୀ ପ୍ରତିଷ୍ଠାନ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କହିଛି। ଆଜି ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର୍ ୧୧. ୫୦, ଚେନ୍ନାଇରେ ୩୭, କୋଲ୍‌କାତାରେ ୩୧. ୫୦ ଓ ମୁମ୍ବାଇରେ ୧୧. ୫୦ ବୃଦ୍ଧି ପାଇଛି। ଏହି ଦର ଆଜିଠାରୁ ଲାଗୁ କରାଯାଇଥିବା ପ୍ରକାଶ। ଦର ବୃଦ୍ଧି ପରେ ସମ୍ପ୍ରତି ଏଲ୍‌ପିଜି ସିଲିଣ୍ଡର୍‌ ଦର ଦିଲ୍ଲୀରେ ୫୯୩, କୋଲ୍‌କାତାରେ ୬୧୬, ମୁମ୍ବାଇରେ ୫୯୦. ୫୦ ଓ ଚେନ୍ନାଇରେ ୬୦୬. ୫୦ ରହିଛି।

ମତାମତ ଦିଅନ୍ତୁ ।