ଝାରସୁଗୁଡା : ଏକାଠି ଜଳିଲା ମା’, ଦୁଇପୁଅ ଓ ଝିଅର ଜୁଇ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଟିଏମ୍‌ ଶ୍ମଶାନରେ ଗୋଟିଏ ପରିବାର ମା’, ଦୁଇପୁଅ ଓ ଝିଅଙ୍କ ଜୁଇ ଏକାଠି ଜୁଇ ଜଳିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଦୁଃଖର ଛାୟା ଖେଳାଇ ଦେଇଛି। ୪ ଜଣଙ୍କ ମୃତଦେହକୁ ଉତ୍କଳ ଆଳୀୟା ଖଣ୍ଡାୟତ ସମାଜ, କିଛି ଗ୍ରାମବାସୀ ଓ ମୃତ ଯୁବକଙ୍କ କିଛି ସାଙ୍ଗ ମିଶି ସଂସ୍କାର କରିଥିଲେ।

ସୂଚନାଯୋଗ୍ୟ ଜୁନ୍‌ ୧ ତାରିଖରେ ଘରର ସାନ ପୁଅ ଦୀପକ ବିଶ୍ୱାଳଙ୍କ ମୃତ୍ୟୁ ପରେ ଦୁଃଖରେ ପରିବାର ଭାଙ୍ଗିପଡ଼ିଥିଲେ। ମା’ ପୁଷ୍ପବତୀ, ଭାଇ ଶ୍ରୀକାନ୍ତ ଭଉଣୀ ଲିଲି, ପିଙ୍କି ଓ ବନ୍ଦିତା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳେ ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଛି। ପୂର୍ବରୁ ଗତକାଲି ଶ୍ରୀକାନ୍ତ ବିଶ୍ୱାଳଙ୍କର ମୃତ୍ୟୁ ଘଟିଥିଲା।

ମତାମତ ଦିଅନ୍ତୁ ।