ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କିରାଣୀ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ହାତରେ ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ମୁଖ୍ୟ କିରାଣୀ ବିକାଶ ଭୋଇ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହାଛଡା ତହସିଲ ଅଫିସର ସିନିୟର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ର ଶେଖର ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।

ଖବର ଅନୁଯାୟୀ ଜମି ପଟ୍ଟା କରେଇ ଦେବା ପାଇଁ ସନ୍ତୋଷ ନାଗଙ୍କୁ ଦୀର୍ଘ ୬ ମାସ ହେଲା ହଇରାଣ କରୁଥିଲେ ବିକାଶ। ଏଥିପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଏ ସଂର୍ପକରେ ସନ୍ତୋଷ ଭିଜିଲାନ୍ସ ବିଭାଗକୁ ଜଣାଇଥିଲା। ପୂର୍ବ ଯୋଜନା ଅନୁଯାୟୀ ସନ୍ତୋଷ ୬ହଜାର ଟଙ୍କା ବିକାଶଙ୍କୁ ଦେଇଥିଲେ ହେଁ ସେ ଏହାକୁ ସିନିଅର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେବାକୁ କହିଥିଲେ। ଚନ୍ଦ୍ରଶେଖର ଟଙ୍କା ଗ୍ରହଣ କରିବା ସମୟରେ ଉଭୟଙ୍କୁ ଭିଜିଲାନ୍ସ କାବୁ କରିଥିଲା।

ମତାମତ ଦିଅନ୍ତୁ ।