କଟକ ଜିଲ୍ଲାରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ

କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛ। ଆଜି ସକାଳେ କଟକ ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ପୁଣି ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁରୁବାର ପ୍ରଶାସନ ପକ୍ଷରୁ କୁହାଯାଇଛି ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ ଓ କଟକ ମହାନଗର ନିଗମ ଅଞ୍ଚଳରୁ ୨ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ଫଳରେ କଟକ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୧୪୪ରେ ପହଞ୍ଚିଛି। ୫୮ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।