ସଟ୍‌ଡାଉନ୍‌ : ଶନିବାର ଓ ରବିବାର ବସ୍‌ ଚାଲିବ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ସଟ୍‌ଡାଉନ୍‌ ସମୟରେ ଏହି ଜିଲ୍ଲା ଗୁଡିକରେ ବସ୍‌ ଯାତାୟତ କରି ପାରିବ। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଆଜି ଏହା କୁହାଯାଇଛି। ତେବେ ଯେଉଁମାନଙ୍କ ପାଖରେ ରେଳ ଓ ବିମାନରେ ଯିବା କିମ୍ବା ଫେରିଥିବା ଟିକେଟ ରହିଥିବ। ସେମାନେ ଯାତ୍ରା କରିପାରିବେ। ସୂଚନାଯୋଗ୍ୟ ଶନିବାର ଓ ରବିବାର ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ସେହିପରି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ଶନିବାର ଓ ରବିବାର ସଟ୍‌ଡାଉନ୍‌ ସମୟରେ ଅଟୋ ଓ ଟ୍ୟାକ୍ସି ସେବା ଜାରି ରହିବ। ଅଟୋ ଓ ଟ୍ୟାକ୍ସିରେ ସାଧାରଣ ଯାତ୍ରା କରି ପାରିବେ ନାହିଁ। କେବଳ ବିମାନ ଓ ରେଳରେ ଫେରୁଥିବା ଯାତ୍ରୀଙ୍କ ପାଇଁ ଅଟୋ ଓ ଟ୍ୟାକ୍ସି ସେବା ଉପଲବ୍ଧ ରହିବ।

ମତାମତ ଦିଅନ୍ତୁ ।