ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬୩୪୮

ନୂଆଦିଲ୍ଲୀ : ଦେଶରେ ୨୨୬୭୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯୪୬୧ ଜଣ ସୁସ୍ଥ ହୋଇଥିବା ବେଳେ ୬୩୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୯୬୦ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି।

ମୃତ୍ୟୁବରଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୭୧ ଜଣ ରହିଛନ୍ତି। ସେହିପରି ଆସାମରେ ୪ ଜଣ, ବିହାରରେ ୨୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୨ ଜଣ, ଦିଲ୍ଲୀରେ ୬୫୦ ଜଣ, ଗୁଜରାଟରେ ୧୧୫୫ ଜଣ, ହରିୟାଣାରେ ୨୪ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୫ ଜଣ, ଝାଡ଼ଖଣ୍ଡରେ ୬ ଜଣ, କର୍ଣ୍ଣାଟକରେ ୫୭ ଜଣ, କେରଳରେ ୧୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୩୭୭ ଜଣ, ମହାରାଷ୍ଟ୍ରରେ ୨୭୧୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୭ ଜଣ, ରାଜସ୍ଥାନରେ ୨୧୩ ଜଣ, ତାମିଲନାଡୁରେ ୨୨୦ ଜଣ, ତେଲେଙ୍ଗାନାରେ ୧୦୫ ଜଣ, ଉତ୍ତରାଖଣ୍ଡରେ ୧୦ ଜଣ, ଉତ୍ତରପ୍ରଦେଶରେ ୨୪୫ ଜଣ ଓ ପଶ୍ଚମବଙ୍ଗରେ ୩୫୫ ଜଣ ମୃତ୍ୟୁବରଣ କରିଛନ୍ତି।

ମତାମତ ଦିଅନ୍ତୁ ।