ହିନ୍ଦୀରେ ବିକ୍ରେତା ପଞ୍ଜୀକରଣ ଓ ଆକାଉଂଟ ପରିଚାଳନା ସେବା ଶୁଭାରମ୍ଭ କଲା ଆମାଜନ୍‌

ଭୁବନେଶ୍ୱର : ନିୟୁତ ନିୟୁତ ଭାରତୀୟ ଉଦ୍ୟୋଗୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ), ଲୋକାଲ ସପ୍ ଓ ଖୁଚୁରା ବିକ୍ରେତାଙ୍କୁ ଇ-କମର୍ସର ଫାଇଦା ପହଂଚାଇବା ପାଇଁ ରହିଥିବା ଭାଷା ପ୍ରତିବନ୍ଧକକୁ ଦୂର କରିଛି ଆମାଜନ୍। ଆଊ ଘୋଷଣା କରିଛି ବିକ୍ରେତାମାନେ ଏଣିକି ହିନ୍ଦୀରେ ଆମାଜନ୍‌.ଇନ୍ ମାର୍କେଟ୍‌ପ୍ଲେସ୍‌ରେ ପଞ୍ଜୀକରଣ କରିବା ସହିତ ଅନ୍‌ଲାଇନ୍ ବ୍ୟବସାୟକୁ ପରିଚାଳନା କରିପାରିବେ। ଏଥିରେ ଜଣେ ପ୍ରଥମ ଥର ଆମାଜନ୍ ବିକ୍ରେତା ଭାବେ ପଞ୍ଜୀକରଣଠାରୁ ଆରମ୍ଭ କରି ଅର୍ଡର ପରିଚାଳନା, ଇନ୍‌ଭେଂଟୋରି ପରିଚାଳନା ଏବଂ ପ୍ରଦର୍ଶନ ମେଟ୍ରିକ୍‌ସ ଆକ୍ସେସ୍ କରିବା ଯାଏ ସବୁକିଛି ନିଜ ପସନ୍ଦର ଭାଷାରେ ପାଇପାରିବେ। ଆମାଜନ୍ ସେଲର ୱେବ୍‌ସାଇଟ୍ ତଥା ମୋବାଇଲ ଆପ୍‌ରେ ଏହି ଅଭିଜ୍ଞତା ଉପଲବ୍ଧ କରାଯାଇଛି । ଆମାଜନ୍ ବିକ୍ରେତା ସହାୟତା ସେବା ଏବଂ ସେଲର ୟୁନିଭର୍ସିଟି ଭିଡିଓ ଓ ଟ୍ୟୁଟୋରିଆଲକୁ ହିନ୍ଦୀରେ ଯୋଗାଉଛି ।

୬ ମାସର ଟେଷ୍ଟିଂ ପର୍ଯ୍ୟାୟରେ ଟାୟାର ୧,୨ ଏବଂ ୩ ସହର ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ଓ ହିମାଚଳ ପ୍ରଦେଶର ୧୦୦ ଆମାଜନ୍ ବିକ୍ରେତା ସେମାନଙ୍କ ଆକାଉଂଟ୍ ପରିଚାଳନାକୁ ହିନ୍ଦୀ ଅଭିଜ୍ଞତାକୁ ବଦଳାଇଛନ୍ତି। ଏହି ଟେଷ୍ଟିଂ ପର୍ଯ୍ୟାୟରେ ବିହାରର ଦରଭଙ୍ଗା, ରାଜସ୍ଥାନର ବାରମର୍‌, ଉତ୍ତର ପ୍ରଦେଶର ମହୋବା, ଆସାମର ହୈଲାକାଣ୍ଡି ଓ ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ବହୁ ପ୍ରଥମ ଥର ନୂଆ ବିକ୍ରେତା ଆମାଜନ୍‌.ଇନ୍ ମାର୍କେଟ୍‌ପ୍ଲେସ୍‌ରେ ସାଇନ୍ ଅପ୍ କରିଛନ୍ତି।

ମତାମତ ଦିଅନ୍ତୁ ।