ଚଳିତ ଆର୍ଥିକବର୍ଷ ଶେଷଯାଏଁ ନୂଆ ଯୋଜନା ନାହିଁ : ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷ ଶେଷଯାଏଁ କୌଣସି ନୂଆ ଯୋଜନା ହେବନାହିଁ। ଅର୍ଥମନ୍ତ୍ରାଳୟ ଏହି ଘୋଷଣା କରିଛି। ଶୁକ୍ରବାର ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଆତ୍ମ ନିର୍ଭର ଭାରତ ଅଭିଯାନ ଓ ଅନ୍ୟାନ୍ୟ ସ୍ଵତନ୍ତ୍ର ପ୍ୟାକେଜ୍ ଉପରେ ଦିଆଯିବ। ସେଥିପାଇଁ ବଜେଟ୍ ଅନୁମୋଦିତ ଯୋଜନା ଗୁଡ଼ିକ ମଧ୍ୟ ମାର୍ଚ ୩୧ ସ୍ଥଗିତ ରହିବ। କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ ଯୋଗୁଁ ରାଜସ୍ଵ ହ୍ରାସର ମୁକାବିଲା କରିବାକୁ ସରକାର ଖର୍ଚ୍ଚ ଉପରେ କଟକଣା ଜାରି କରିଛନ୍ତି।

ମତାମତ ଦିଅନ୍ତୁ ।