୮ରୁ ତିରୁପତି ମନ୍ଦିର ଖୋଲିବ

ତିରୁପତି : ଆସନ୍ତା ଜୁନ ୮ରୁ ଖୋଲିବ ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର। ଏ ସଂପର୍କରେ ଆଜି ଟିଟିଡି ଟ୍ରଷ୍ଟର ସଭାପତି ଓ୍ଵାଇଭି ସୁବାରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ୮ ତାରିଖରୁ ପରୀକ୍ଷାମୂଳକ ଭିତ୍ତିରେ ଦର୍ଶନ ଆରମ୍ଭ ହେବ। ଦୈନିକ ସକାଳ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ ୫୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ଦିଆଯିବ। ସେହିପରି ଜୁନ ୮ ଓ ୯ ତାରିଖରେ ତିରୁପତି ମନ୍ଦିରର କର୍ମଚାରୀମାନେ ଇଣ୍ଟ୍ରାନେଟ ମାଧ୍ୟମରେ ବୁକିଂ କରି ଦର୍ଶନ କରିପାରିବେ। କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ୧୦ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଜୁନ ୧୦ରେ ତିରୁପତିର ସ୍ଥାନୀୟ ଲୋକମାନଙ୍କୁ ପାସ ଇସ୍ୟୁ କରାଯିବ।

ମତାମତ ଦିଅନ୍ତୁ ।