୧୫ ସୁଦ୍ଧା ନାମଲେଖା‌ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ଜାରି କରିଛି। ଏ ନେଇ ରାଜ୍ୟର ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ। ଏଥିରେ କୁହାଯାଇଛି ସମସ୍ତ କାର୍ଯ୍ୟଦିବସରେ ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା କାର୍ଯ୍ୟ ସମ୍ପାଦନ ହେବ। ଏହି ସମୟରେ ଛାତ୍ର କିମ୍ବା ଅଭିଭାବକ ମିଶି ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି। କରୋନା ଗାଇଡଲାଇନ୍ ପାଳନ ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜ ଆଦି ନିଶ୍ଚିତ କରିବା ଲାଗି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି।

ମତାମତ ଦିଅନ୍ତୁ ।