ମାସ୍କ ନପିନ୍ଧିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନ, ଭିଡିଓ ଭାଇରାଲ

ଜୟପୁର : ମାସ୍କ ପିନ୍ଧିନଥିବାରୁ ଜଣେ ବ୍ୟକ୍ତି ଜଣଙ୍କୁ ଶାରୀରିକ ନିର୍ଯାତନା। ବେକକୁ ଆଣ୍ଠୁରେ ମାଡି ବସିଥିବା ବେଳର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

ଖବର ହେଲା ରାଜସ୍ଥାନ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ମଙ୍ଗଳବାର ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବା କାରଣରୁ ଦୁଇଜଣ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ଚାଲାଣ କାଟିଥିଲେ। ଏହି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଠେଲାପେଲା ହେବାରୁ ପୋଲିସ ରାଗରେ ବ୍ୟକ୍ତି ଜଣକୁ ଆକ୍ରମଣ କରିଥିବା ଦେଖିବାକୁ ମିିଳିଥିଲା। ଯୋଧପୁର ଡିସିପି ପ୍ରୀତି ଚନ୍ଦ୍ରା କହିଛନ୍ତି ଯୁବକ ଜଣଙ୍କ ଆକ୍ରମଣ କରିବାରୁ ଦୁଇ କନଷ୍ଟେବଳ ନିଜ ସୁରକ୍ଷା ପାଇଁ ଏଭଳି କରିଛନ୍ତି। ଯୁବକଙ୍କ ନାମ ମୁକେଶ କୁମାର ପ୍ରଜାପତି ବୋଲି ଜଣାପଡ଼ିଛି। ତେବେ ରାଜସ୍ଥାନ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କିମ୍ବା ଅନ୍ୟ କୌଣସି ମନ୍ତ୍ରୀ କୋଣସି ପ୍ରତିକ୍ରିୟା ରଖି ନାହାନ୍ତି।

ମତାମତ ଦିଅନ୍ତୁ ।