ଫେସ୍‌ବୁକ୍‌ରୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ ହୋଇପାରିବ ଫଟୋ ଓ ଭିଡିଓ

ମୁମ୍ବାଇ : ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା କରିବା କିଛି ଲୋକଙ୍କର ସଉକ। ଆଉ କିଛି ଲୋକ ଅଛନ୍ତି ସେମାନେ ନିଜ ଫଟୋକୁ ସବୁଦିନ ସାଇତି ରଖିବା ପାଇଁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରନ୍ତି। ଅସବୁ ପାଇଁ ଏବେ ସମସ୍ୟା ରହିବନି। ଫଟୋ ସାଇତିବା ପାଇଁ ଫେସ୍‌ବୁକ୍‌ ଆଣୁଛି ଏକ ନୂଆ ଉପାୟ। ତେଣୁ ବ୍ୟବହାରକାରୀ ଫେସ୍‌ବୁକ୍‌ରୁ ନିଜ ଫଟୋକୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରିପାରିବେ।

ଏହି ଟ୍ରାନ୍ସଫର୍‌ ଟୁଲ୍‌ଟି ପ୍ରଥମେ ଆମେରିକା ଓ କାନାଡାରେ ଉପଲବ୍ଧ ହୋଇଛି। ପରେ ସାରା ବିଶ୍ଵରେ ଉପଲବ୍ଧ ହେବ। ଗୋପନୀୟତାକୁ ଫେସ୍‌ବୁକ୍‌ ସର୍ବଦା ଗୁରୁତ୍ଵ ଦେଉଥିବାରୁ ବ୍ୟବହାରକାରୀଙ୍କ ଫଟୋକୁ ନେଇ କୌଣସି ଅପବ୍ୟବହାର ହେବ ନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ ‌କରାଯାଇଛି। ଫଟୋ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରାଯିବା ପୂର୍ବରୁ ବ୍ୟବହାରକାରୀଙ୍କୁ ପ୍ରଥମେ ଏକ ପାସୱାର୍ଡ ମଗାଯିବ। ପାସ୍‌ୱାର୍ଡ ଦେବା ପରେ ଫଟୋ ଗୁଗୁଲ୍‌ ଫଟୋଜକୁ ସ୍ଥାନାନ୍ତରିତ ହେବ।

ଅସବୁ କରିବା ପାଇଁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲି ‌ପ୍ର‌ଥମେ ସେଟିଂ ଅପ୍‌ସନକୁ ଯିବାକୁ ପଡିବ। ସେଟିଂରେ ଫେସ୍‌ବୁକ୍‌ ଇନ୍‌ଫର୍ମେସନ୍‌ ଦୃଶ୍ୟମାନ ହେବ। ତାହାକୁ ଚୟନ କରିବା ପରେ ‘ଟ୍ରାନ୍ସଫର୍‌ ଏ କପି ଅଫ୍‌ ୟୁୟୋର୍‌ ଫଟୋ ଓ ଭିଡିଓ’ ଅପ୍‌ସନ ଆସିବ। ତା’ପରେ ଆପଣ ପାସ୍‌ୱାର୍ଡ ଦେଇ ଗୁଗୁଲ୍‌ ଫଟୋଜ୍‌କୁ ଫଟୋ ଓ ଭିଡିଓ ନେଇପାରିବେ। ଥରେ ଫଟୋ ସ୍ଥାନାନ୍ତରିତ ହେବା ପରେ ବ୍ୟବହାରକାରୀଙ୍କ ନିକଟକୁ ଏକ ନୋଟିଫିକେସନ୍‌ ଆସିବ।

ମତାମତ ଦିଅନ୍ତୁ ।