ଜମି ବିବାଦ: ଦାଦା-ଖୁଡ଼ୀଙ୍କୁ ହତ୍ୟାକଲା ପୁତୁରା

ବଲାଙ୍ଗୀର : ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁ’ରେ ଜମିବାଡ଼ି ବିବାଦକୁ ନେଇ ଘଟିଛି ହତ୍ୟାକାଣ୍ଡ। ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଇଛି ପୁତୁରା।

ଖବର ଅନୁଯାୟୀ ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁ’ର ତ୍ରିଲୋଚନ ନାଗଙ୍କ ପରିବାର ଓ ତାଙ୍କ ପୁତୁରା କୁଶ ନାଗଙ୍କ ମଧ୍ୟରେ ଦୀର୍ଘ ବର୍ଷହେଲା ଜମିଜମାକୁ ବିବାଦ ରହିଥିଲା। ଶୁକ୍ରବାର ରାତିରେ ତ୍ରିଲୋଚନ ଗାଁ’ରେ ତାସ ଖେଳୁଥିବା ସମୟରେ ପୁତୁରା କୁଶ ଆସି କଳି ଆରମ୍ଭ କରିବା ସହିତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଖବର ପାଇ ତ୍ରିଲୋଚନଙ୍କ ପତ୍ନୀ ସେଠାକୁ ଆସି ସ୍ଵାମୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାରୁ କୁଶ ପ୍ରଥମେ ଖୁଡ଼ୀଙ୍କୁ ହତ୍ୟା କରିବା ପରେ ତ୍ରିଲୋଚନଙ୍କୁ ହତ୍ୟା କରିଥିଲା। ଉଭୟଙ୍କ ମୃତଦେହକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଏକ କୂଅରେ ଫିଙ୍ଗି ଦେଇଥିଲା। ପୋଲିସ ହତ୍ୟାକାରୀ କୁଶକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।