‘ଚୀନ୍ ସେନା ପାଖରେ ଯୁଦ୍ଧ ଅଭିଜ୍ଞତା ନାହିଁ’

ନୂଆଦିଲ୍ଲୀ: ଏବେ ୧୯୬୨ର ସ୍ଥିତି ନାହିଁ । ଚୀନ ସେନା ପାଖରେ ଯୁଦ୍ଧର ଅଭିଜ୍ଞତା ନାହିଁ । ତେଣୁ ବର୍ତମାନ ପରିସ୍ଥିତିରେ ଚୀନ ଭାରତ ସହ ଯୁଦ୍ଧ କରିବାକୁ ଚାହିଁବ ନାହିଁ ବୋଲି କହିଛନ୍ତି ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିକ୍ରମ ସିଂ ।
ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେଇ ଶ୍ରୀ ସିଂ କହିଲେ ଆମର ମିଲିଟାରୀ ଲିଡରସିପ୍ ବହୁତ ମଜବୁତ ଅଟେ । ବର୍ତମାନ ସେନାରେ ଏପରି କୌଣସି ଅଫିସର କିମ୍ବା ଜବାନ ନାହାନ୍ତି ଯେଉଁମାନେ ଯୁଦ୍ଧାଭ୍ୟାସ କରିନାହାନ୍ତି । ଜାତିସଂଘ ସବୁବେଳେ ଭାରତୀୟ ସେନାର ସହଯୋଗ ଲୋଡ଼ିଥାଏ । କାହିଁକି ନା ଭାରତୀୟ ସେନା ସର୍ବଦା ଯୁଦ୍ଧାଭ୍ୟାସ ଦ୍ୱାରା ବିଜୟ ପାଇଁ ପ୍ରସ୍ତୁତ ରହିଥାଏ । ଲଦାଖରେ ଚୀନ ପକ୍ଷରୁ ଲଗାତାର ହଲଚଲ୍ ପରେ ଭାରତ ମଧ୍ୟ ସେଠାରେ ଅଧିକ ସେନା ମୁତୟନ କରିଛି । ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି ।

ମତାମତ ଦିଅନ୍ତୁ ।