ଲକ୍ ଡାଉନ୍ : ମଦକୁ କୋହଳ, ଅନ୍ୟ ଦୋକାନ ପାଇଁ କଟକଣା

ଗାଜିଆବାଦ : କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ୍। ଏହି ପର୍ଯ୍ୟାୟରେ ଅନେକ କଟକଣା କୋହଳ ହୋଇଛି। ହେଲେ ଗାଜିଆବାଦରେ ଲାଗୁ ହୋଇଥିବା କରକଣା ଟିକେ ଅଲଗା ପରିଲକ୍ଷିତ ହେଉଛି। କାରଣ ଏଠାରେ ଫଳ, ପନିପରିବା, କ୍ଷୀର ଦୋକାନ ଆଦିକୁ ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଦିଆଯାଇଛି ଅନୁମତି। ସେହିପରି ଗୋସାରୀ ଦୋକାନ ସକାଳ ୬ଟା ରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହୁଛି। କିନ୍ତୁ ମଦ ଦୋକାନ ସକାଳ ୧୦ରୁ ରାତି ୯ଟା ଯାଏଁ ଖୋଲା ରହିବ। ଏଥିପାଇଁ ଅନୁମତି ମିଳିଛି। ସହରାଞ୍ଚଳରେ ଅନ୍ୟ ଦୋକାନମାନଙ୍କୁ ଦିନ ହିନ ଅନୁଯାୟୀ ଲେଫ୍ଟ ଓ ରାଇଟ ସିଫ୍ଟରେ ଖୋଲିବାକୁ କୁହାଯାଇଛି। ଗ୍ରାମାଞ୍ଚଳରେ ସପ୍ତାହକୁ ୬ଦିନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ରାତି ୯ଟା ରୁ ସକାଳ ୫ଟା କର୍ଫ୍ୟୁ ଲାଗୁ କରାଯାଇଛି। ଯାହାକୁ ନେଇ ସାଧାରଣ ଜନତାଙ୍କ ଓ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ମତାମତ ଦିଅନ୍ତୁ ।