ସାମ୍ବାଦିକାଙ୍କୁ ଦୁଷ୍କର୍ମ କରିଥିଲେ ପାକ୍ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଲଜ୍ଜା। ପାକ୍ ପୂର୍ବତନ ଗୃହମନ୍ତ୍ରୀ ଜଣେ ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଆମେରିକୀୟ ସାମ୍ବାଦିକା (ପାକିସ୍ତାନ ବାସିନ୍ଦା) ସିନ୍ଥିଆ ଡି. ରିଚି। ସେ କହିଛନ୍ତି ୨୦୧୧ ମସିହାରେ ଗୃହମନ୍ତ୍ରୀ ଥିବା ରେହମାନ ମଲିକ ତାଙ୍କୁ ରାଷ୍ଟ୍ରପତି ଭବନରେ ଦୁଷ୍କର୍ମ କରିଥିଲେ। ସେହି ସମୟରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁପ୍ ରଜା ଗିଲାନୀ। ସେ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସିନ୍ଥିଆ ଉଲ୍ଲେଖ କରିଛନ୍ତି।

ସିନ୍ଥିଆ କହିଛନ୍ତି ୨୦୧୧ ମସିହାରେ ଏକ କାର୍ଯ୍ୟ କ୍ରମରେ ଯୋଗଦେବାକୁ ମୋତେ ରାଷ୍ଟ୍ରପତି ଭବନ ଡକାଯାଇଥିଲା। ମୁଁ ଭାବିଲି ଭିସା ବାବଦରେ ଆଲୋଚନା ହୋଇପାରେ। କିନ୍ତୁ ମୋତେ ଫୁଲତୋଡ଼ା ଦେଇ ସ୍ୱାଗତ କରାଗଲା। ପରେ ଡ୍ରଗ୍ସ ଅର୍ଥାତ୍ ନିଶାଦ୍ରବ୍ୟ ମିଶାଇ ମୋତେ ପାନୀୟ ଦିଆଗଲା। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପାକରେ ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି) କ୍ଷମତାରେ ଥିଲା। ମୁଁ କାହାକୁ ଅଭିଯୋଗ କରିଥାନ୍ତି। ତଥାପି ମୁଁ ଆମେରିକା ଦୂତାବାସକୁ ଏନେଇ ସୂଚିତ କରିଥିଲି। ହେଲେ ଆମେରିକା-ପାକିସ୍ତାନ ସମ୍ପର୍କ ଦୃଷ୍ଟିରୁ ଆବଶ୍ୟକତାଠାରୁ କମ୍ ପ୍ରତିକ୍ରିୟା ମିଳିଥିଲାବୋଲି ସିନ୍ଥିଆ କହିଛନ୍ତି।

ସେ ଜଣେ ସୁନ୍ଦର ପୁରୁଷଙ୍କ ସହ ସମ୍ପର୍କରେ ଅଛନ୍ତି, ଯାହାଙ୍କୁ ସିଏ ପାକିସ୍ତାନରେ ଭେଟି ଥିଲେ। ଆଉ ସେହି ବ୍ୟକ୍ତି ହିଁ ତାଙ୍କୁ ଏନେଇ ମୁହଁ ଖୋଲିବାକୁ ପ୍ରୋତ୍ସାହିତ କରିଛନ୍ତି ବୋଲି ସେ ଜଣାଇଛନ୍ତି। ପାକିସ୍ତାନ ସମ୍ବାଦିକ ଗୁଲାମ ଅବ୍ବାସ୍ ଶାହ ମଧ୍ୟ ଟ୍ୱିଟରରେ ସିନ୍ଥିୟାଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସିନ୍ଥିୟା ଏ ସମସ୍ତ ଘଟଣା ବିଷୟରେ କହିଛନ୍ତି।

ମତାମତ ଦିଅନ୍ତୁ ।