ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ମିଠା

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ମିଠା ଦୋକାନରେ ୧୧ଟି ଜଡ଼ିବୁଟିର ସମ୍ମିଶ୍ରଣରେ ପ୍ରସ୍ତୁତ ମିଠା ତିଆରି ହୋଇଛି ଯାହାକୁ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ । ଫଳରେ କରୋନାରୁ ଲଢ଼ିବାକୁ ଶକ୍ତି ମିଳିବ ବୋଲି ମିଠା ଦୋକାନୀ କହିଛନ୍ତି । ମିଠାଦୋକାନର ମାଲିକ ବଳରାମ ଓ ରାଧାରମଣ ମଲ୍ଲିକ କହିଛନ୍ତି କରୋନା ସଙ୍କଟକୁ ଲକ୍ଷ୍ୟ ରଖାଯାଇ ଏହି ସନ୍ଦେଶ ମିଠାକୁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି । ହଳଦୀ, ତୁଳସୀ, ଗୁଜୁରାତି, ଜଷ୍ଟିମଧୁ, ଜାଇଫଳ, ଅଦା, ପିପ୍ପଳୀ, ଗୋଲମରିଚ, ଗଙ୍ଗାଳ, କଳା ଜିରା ଓ ତେଜପତ୍ରକୁ ଗୁଣ୍ଡ କରି ଏକ ମିଶ୍ରଣ ତିଆରି କରାଯାଇଥାଏ । ପରେ ଏହି ମିଶ୍ରଣକୁ ମିଶାଇ ସନ୍ଦେଶ ପ୍ରସ୍ତୁତ କରାଯାଇଥାଏ । ଏଥିରେ ମିଠା ପାଇଁ ଚିନି କିମ୍ବା ଗୁଡ଼ ବଦଳରେ ହିମାଳୟ ମହୁର ବ୍ୟବହାର କରାଯାଇଛି । ଯାହାଦ୍ୱାରା ସନ୍ଦେଶରେ ପୋଷକ ତତ୍ୱ ବଳବତର ରହିବ ।

ମତାମତ ଦିଅନ୍ତୁ ।