ବିହାର : ହାତୀ ବନିବେ କୋଟିପତି

ବିହାରରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଦୁଇଟି ହାତୀଙ୍କ ନାଁ’ରେ ମାଲିକ କରିଦେଇଛନ୍ତି ତାଙ୍କର ଅଧା ସମ୍ପତ୍ତି।

ଖବର ହେଲା ବିହାରର ଅଖତର ଇମାମ। ତାଙ୍କର ରହିଛି ଦୁଇଟି ରହିଛି ହାତୀ। ନାଁ ରାଣୀ ଓ ମୋତି। ମୋତିକୁ ୧୫ ବର୍ଷ ଓ ରାଣୀର ବୟସ ୨୦। ହାତୀ ଦୁଇଟି ଅଖତରଙ୍କ ପାଖରେ ରହୁଛନ୍ତି। ନିଜର ପିଲାଙ୍କ ଭଳି ଲାଳନପାଳନ କରୁଛନ୍ତି ଅଖତର। ଏବେ ମୋତି ଓ ରାଣୀ ନାଁରେ ଅଖତର ତାଙ୍କ ଅଧା ସମ୍ପତ୍ତି କରିବାକୁ ଘୋଷଣା କରିବା ଫଳରେ ହାତୀ ଦୁଇଟି କୋଟିପତି ଆଖ୍ୟା ପାଇଛନ୍ତି। ଇମାନ କହିଛନ୍ତି ପଶୁଜନ୍ତୁ ବିଶ୍ୱସ୍ତ। ସେମାନେ ମଣିଷଙ୍କ ଭଳି ବିଶ୍ୱାସ ଘାତକ କରନ୍ତି ନାହିଁ। ହାତୀ ସଂରକ୍ଷଣ ପାଇଁ ମୁଁ ଦୀର୍ଘ ବର୍ଷ ହେଲା କାମ କରି ଆସୁଛି। ମୋର ମୃତ୍ୟୁ ପରେ ହାତୀମାନେ ଅନାଥ ହୋଇଯାଆନ୍ତୁ ବୋଲି ମୁଁ ଚାହୁଁନି। ସେଥିପାଇଁ ମୋ ନାଁରେ ଥିବା ଜମି ଗୁଡ଼ିକ ମୁଁ ହାତୀମାନଙ୍କ ନାଁରେ କରିଦେବି। ଏହି ଜମିର ମୂଲ୍ୟ ପ୍ରାୟ କୋଟିରୁ ଅଧିକ।

ଅଖତର କହିଛନ୍ତି ମୋ ମୃତ୍ୟୁ ପରେ ହାତୀମାନଙ୍କର କିଛି ବି ଅସୁବିଧା ହେବନାହିଁ। ମୋ ନନ୍‌ ପ୍ରଫଟି ଅର୍ଗାନାଇଜେସନ ଏହାର ଦେଖାଶୁଣା କରିବ। ଏହି ହାତୀ ମୋ ଜୀବନକୁ ଅନେକ ଥର ବଞ୍ଚାଇଛନ୍ତି। ଗୋଟିଏ ଥର ମୋତେ କିଛି ଗୁଣ୍ଡା ମାରିବାକୁ ଆସିଥିଲେ। ଗୁଣ୍ଡାମାନେ ବନ୍ଧୁକ ଧରି ମୋ ଘର ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ହାତୀ ଦ୍ୱୟ ସେମାନଙ୍କୁ ଅଟକାଇବା ସହ ମୋତେ ସତର୍କ କରାଇ ଦେଇଥିଲେ। ଫଳରେ ମୁଁ ଅନ୍ୟମାନଙ୍କୁ ଗୁଣ୍ଡମାନଙ୍କ ଆସିବା ଖବର ଦେଇ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଥିଲି।

ମତାମତ ଦିଅନ୍ତୁ ।