ରକ୍ତହୀନତା ପାଇଁ ଏସବୁ ଖାଦ୍ୟରେ ସାମିଲ କରନ୍ତୁ

ଭୁବନେଶ୍ୱର : କାମ କରିବା ସମୟରେ ଆପଣ ଥକ୍କା ଅନୁଭବ କରୁଛନ୍ତି କି ? ଏହାର ବଡ କାରଣ ରକ୍ତହୀନତା ହୋଇଥାଇ ପାରେ। ତେଣୁ ଏହି ଦୁର୍ବଳତାକୁ ଦୂର କରିବା ସହିତ ଶରୀରରେ ରକ୍ତର ପରିମାଣ ବଢାଇବା ପାଇଁ ନିତିଦିନିଆ ଖାଦ୍ୟରେ ପାଳଙ୍ଗ ଶାଗ, ବିଟ, ଡାଳିମ୍ବ ଓ ଖଜରା ସାମିଲ କରନ୍ତୁ। 

ଡାଳିମ୍ବ : ଶରୀର ପାଇଁ ଏହା ଅତିଉପକାରୀ। ରକ୍ତହୀନତା ଦୂର କରିବା ପାଇଁ ଡାଳିମ୍ବ ରସ ପିଇବା ଅତିଭଲ। ଆପଣ ଡାଳିମ୍ବ ରସରେ ମହୁ ଓ ଡାଲଚିନି ପାଉଡ଼ର ଅଳ୍ପ ମିଶାଇ ପ୍ରତିଦିନ ସେବନ କରିପାରିବେ। 

ପାଳଙ୍ଗ : ଏହି ଶାଗରେ ଆଇରନ, ଭିଟାମିନ ବି ୧୨ ଓ ଫ୍ଲୋଲିକ ଏସିଡ଼ ଭରପୁର ରହିଛି। ଯାହା ରକ୍ତହୀନତା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଦିନକୁ ଥରେ ପାଳଙ୍ଗ ଶାଗ ରସ ପିଇବା ଦ୍ୱାରା ଶରୀରରୁ ଦୁର୍ବଳତା କମିଥାଏ। ତେଣୁ ଆପଣ ଏଥିରେ ଚିନି କିମ୍ବା ମହୁ ବ୍ୟବହାର କରି ପିଇପାରିବେ। 

ଖଜରା : ଖଜରା ଶରୀର ପାଇଁ ଅତି ଲାଭଦାୟକ। ପ୍ରତିଦିନ ରାତିରେ ୨ଟି ଖଜରା କ୍ଷୀରରେ ଭିଜାଇ ଖାଆନ୍ତୁ।

ବିଟ : ଏଥିରେ ରହିଛି ଆଇରନ, ଫାଇବର ଓ କ୍ୟାଲସିୟମ। ବିଟ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ। ଆପଣ ବିଟ ଓ ଗାଜରର ଜୁସ ପିଇପାରିବେ। 

ମତାମତ ଦିଅନ୍ତୁ ।