ମନ୍ଦାର ଦୂର କରେ କେଶ ସମସ୍ୟା

ସାମାଜିକ ଚଳଣିରେ ଏବେ ଅନେକ ପରିବର୍ତ୍ତିତ ଘଟିଛି। ବଦଳି ଯାଇଛି ଲୋକଙ୍କ ଜୀବନଶୈଳୀ। ଏଥିସହ ତାଳଦେଇ ବଦଳିଛି ଖାଦ୍ୟ ପେୟର ପସନ୍ଦ। ଏସବୁର ପ୍ରଭାବ ଶରୀର ଉପରେ ପଡୁଛି। ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟି ଯାଇଛି। ଏହାକୁ ରୋକିବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଥିଲେ ମଧ୍ୟ ତାହାର ସୁଫଳ ମିଳୁନି। ଏଥିପାଇଁ ଘରୋଇ ଉପଚାର ରହିଛି। ମନ୍ଦାର ଫୁଲର ବ୍ୟବହାର କେଶ ଝଡ଼ିବା ରୋକିବାରେ ସହାୟକ ହୋଇଥାଏ।

ମନ୍ଦାର ରସ କେଶରେ ଲଗାଇଲେ କେଶ ଝଡ଼ିବା କମ୍‌ ହୋଇଥାଏ। ଯଦି ଆପଣଙ୍କ ମୁଣ୍ଡ ଶୁଖିଲା ରହୁଛି କିମ୍ବା କୁଣ୍ଡେଇ ହଉଛି ତେବେ ଏହି ରସ ଲଗାଇ ପାରିବେ। କେଶ ରୁପି ଭଲ କରିବା ପାଇଁ ମନ୍ଦାର ଫୁଲର ରସ ଅବ୍ୟର୍ଥ ଔଷଧ ପରି କାମ କରେ। ଚିକ୍କଣ ଓ କଳା ମୁଚୁମୁଚୁ କେଶ ଚାହୁଁଥିଲେ ଏହାକୁ ଆପଣ ବ୍ୟବହାର କରିପାରିବେ।

ଆପଣଙ୍କ କେଶ ଯଦି ସୁଷ୍କ ତେବେ ୨ଟି ମନ୍ଦାର ପାଖୁଡ଼ା ନେଇ ଗୋଟାଏ କପ୍‌ ପାଣିରେ ୫ ମିନିଟ୍‌ ପର୍ଯ୍ୟନ୍ତ ଗରମ କରନ୍ତୁ। ତାହା ଥଣ୍ଡା ହେବା ପରେ ସେଥିରେ ଆବଶ୍ୟକ ମୁତାବକ ନଡ଼ିଆ ତେଲ ମିଶ୍ରଣ କରି କେଶରେ ଲଗାନ୍ତୁ।

ଯଦି ଆପଣଙ୍କ କେଶରେ ରୁପି ଅଛି ତେବେ ମନ୍ଦାର ଫୁଲ ସହ କିଛି ମନ୍ଦାର ପତ୍ର ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ କେଶରେ ଲଗାଇ ୨୦ ମିନିଟ୍‌ ପରେ କେଶ ଧୋଇ ଦିଅନ୍ତୁ।

କେଶ ଝଡ଼ିବା ସମସ୍ୟା ଥିଲେ ଆପଣ କିଛି ମନ୍ଦାର ପତ୍ରରେ ପେଷ୍ଟ୍‌ ବନାନ୍ତୁ। ସେଥିରେ ଟିକେ ପିଆଜ ରସ ଓ ଆଲୋବେରା ଜେଲ୍‌ ମିଶ୍ରଣ କରି ଲଗାନ୍ତୁ। ଦେଖିବେ କେଶ ଝଡ଼ିବା ସମସ୍ୟା କମ୍‌ ହୋଇଯିବ।

ମତାମତ ଦିଅନ୍ତୁ ।