ରାଜାରାମ ସୁନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ବଲାଙ୍ଗୀର : ବଲାଙ୍ଗୀର ଲାଠୋର ରାଜାରାମ ସୁନାଙ୍କ ହତ୍ୟାକାଣ୍ଡର ପର୍ଦାଫାଶ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜାରାମକୁ ହତ୍ୟାକରି ରେଳୱେ ଲାଇନରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ। ହେଲେ ବଲାଙ୍ଗୀରି ପୋଲିସ ଖୋଳତାଡ କରି ତିନି ଜଣଙ୍କୁ ଗିରଫ କରିଛି।

ରବିବାର ବଲାଙ୍ଗୀର ଏସପି ଦେଇଥିବା ସୂଚନା ଅନୁଯାୟୀ ଗତ ୭ ବର୍ଷ ତଳେ ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ହୋଇଛି। ରାଜାରାମଙ୍କୁ ଅଭିଯୁକ୍ତମାନେ ପ୍ରଥମେ ଲାଠୋରରୁ ଅପହରଣକରି ହତ୍ୟା କରିବା ପରେ ମୃତଦେହକୁ ନୂଆପଡା ଜିଲ୍ଲାର ରେଳ ଲାଇନ୍‌ରେ ପିଙ୍ଗି ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ନୂଆପଡାର ଜିତେନ୍ ସିଂ ବାଘ ଓରଫ ଭଲ୍ଲାଙ୍କ ସହିତ ଏହି ଘଟଣାରେ ଅଜୟ ମିଶ୍ର ଓ ନୀଳାମ୍ବର ସୁନା ସମ୍ପୃକ୍ତ। ଏସପିଙ୍କ ନେତୃତ୍ୱରେ ଏକ ଗଠିତ ଟିମ୍ ଏମାନଙ୍କୁ ଛତିଶଗଡ ରାୟପୁରରୁ ଧରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଜେକ ରଡ଼, ମହିନ୍ଦ୍ରା ଏସ୍‌ୟୁଭି ଗାଡି, ଗୋଟିଏ ମୋଟର ସାଇକଲ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।