ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଥିବା ନକଲି ସାମ୍ବାଦିକ ଗିରଫ

ଭୁବନେଶ୍ଵର : ଓଡିଆ ଅଭିନେତ୍ରୀ ପୁପୁଲ ଭୂୟାଁଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ନକଲି ସାମ୍ବାଦିକ ସୁବ୍ରତ ମହନ୍ତିଙ୍କୁ ଚନ୍ଦଶେଖରପୁର ପୋଲିସ ଗିରଫ କରିଛି। ସୁବ୍ରତଙ୍କ ପରିବାର ଲୋକେ ଥାନାରେ ପହଁଞ୍ଚି ଆପୋଷ ବୁଝାମଣା କରିବାକୁ ପୁପୁଲଙ୍କୁ ଅନୁରୋଧ କରିବାରୁ ପୁପୁଲ ରାଜି ହୋଇଥିଲେ। କିନ୍ତୁ ସୁବ୍ରତ ଆତ୍ମହତ୍ୟାର ଧମକ ଦେବାରୁ ପୋଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ପୁପୁଲଙ୍କୁ ଫୋନକୁ ଧମକପୂର୍ଣ୍ଣ କଲ ଆସୁଥିବା ସେ କହିଛନ୍ତି।

ମତାମତ ଦିଅନ୍ତୁ ।