ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଜୁଲାଇ ୫ରେ

ନୂଆଦିଲ୍ଲୀ: ଚଳିତ ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଆଗାମୀ ୫ ଜୁଲାଇରେ ହେବ । ଏହା ଭାରତ ସମେତ ଦକ୍ଷିଣ ଏସିଆର କିଛି ଅଂଶ, ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରେ ନଜର ଆସିବ । ୨୦୨୦ ମସିହାରେ ସମୁଦାୟ ୬ ପରାଗ ଓ ଗ୍ରହଣ ଲାଗିବ । ୨ ଚନ୍ଦ୍ରଗ୍ରହଣ(୧୦ ଜାନୁୟାରୀ, ୫ ଜୁନ୍) ଓ ଗୋଟିଏ ସୂର୍ଯ୍ୟପରାଗ(୨୧ ଜୁନ୍) ଲାଗିସାରିଛି । ଆଗାମୀ ସମୟରେ ୨ ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ ଲାଗିବ । ୫ ଜୁଲାଇରେ ଚନ୍ଦ୍ରଗ୍ରହଣ ଲାଗିବ । 

୫ ଜୁଲାଇ ଚନ୍ଦ୍ରଗ୍ରହଣ ସମୟ: ଉପଛାୟାର ପ୍ରଥମ ସ୍ପର୍ଶ-ସକାଳ ୮.୩୮ ମିନିଟ୍, ପରମଗ୍ରାସ ଚନ୍ଦ୍ର ଗ୍ରହଣ-ସକାଳ ୯.୫୯ ମିନିଟ୍, ଉପଛାୟାର ଅନ୍ତିମ ସ୍ପର୍ଶ-ସକାଳ ୧୧.୨୧ ମିନିଟ୍, ଗ୍ରହଣ ଅବଧି-୦୨ ଘଣ୍ଟା ୪୩ ମିନିଟ୍ ୨୪ ସେକେଣ୍ଡ । ଜ୍ୟେତିଷ ଶାସ୍ତ୍ର ଅନୁସାରେ ପ୍ରତି ବର୍ଷ ଗ୍ରହଣ ଲାଗିଥାଏ । ଏହାର ସଂଖ୍ୟା ଅତିକମରେ ୪ ଓ ସର୍ବାଧିକ ୬ ହୋଇଥାଏ । ଗ୍ରହଣ ଖଗୋଳୀୟ ଘଟଣା । ସୂର୍ଯ୍ୟ ପରାଗ ସବୁବେଳେ ଅମାବାସ୍ୟା ଓ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣିମା ଦିନ ପଡିଥାଏ ।

ମତାମତ ଦିଅନ୍ତୁ ।