ଜୀବନସାଥୀ ବାଜିଲେ ଗାର୍ଗୀ

ଭୁବନେଶ୍ବର: ଶେଷରେ ଓଲିଉଡର ଚୁଲବୁଲି ନାୟିକା ଗାର୍ଗୀ ମାହାନ୍ତି ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବନ୍ଧୁ ରବୀନ୍ଦ୍ରଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିଛନ୍ତି। ଲକଡାଉନରେ ଦୁଇ ପରିବାରଙ୍କ ସମ୍ମତି କ୍ରମେ ଏହି ବିବାହା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  

ଗାର୍ଗୀ ଅନେକ ଟିଭି ଧାରାବାହିକ ଓ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରି ବହୁ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ପୁରସ୍କୃତ ହୋଇଛନ୍ତି। ନିକଟରେ  କାଦମ୍ବିନୀ ମିଡିଆ ବ୍ୟାନରରେ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର କ୍ରାନ୍ତିଧାରାରେ ମଧ୍ୟ ଗାର୍ଗୀ ଅଭିନୟ କରିଥିଲେ। ପରେ ଏହି ସିନେମାଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।

ମତାମତ ଦିଅନ୍ତୁ ।