ବାରିପଦା : ସ୍କୁଲ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ

ବାରିପଦା : ବାରିପଦା ପୌରାଞ୍ଚଳ ତୁଳସୀଚଉରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତ ଶରୀର ଠାବ କରାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ଆମ୍ବ ଗଛରେ ଦଉଡ଼ି ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତ ଶରୀରକୁ ଟାଉନ ଥାନା ପୋଲିସ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ମୃତକଙ୍କର ପାଦ ତଳେ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଉଥିବାର ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ମତାମତ ଦିଅନ୍ତୁ ।