ସେନା ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷାକକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପକ୍ଷରୁ ଅନନ୍ତନାଗ ଖୁଲଚୋହାରରେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଖବର ଅନୁଯାୟୀ ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାବାହିନୀକୁ ସୂଚନା ମିଳିବ ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେନା-ପୋଲିସ ମିଳିତ ଭାବେ ପୁରା ଅଞ୍ଚଳକୁ ଘେରି ଯାଇଥିଲେ। ଏହାଦେଖି ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ସେନା ବାହିନୀ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ଆତଙ୍କବାଦୀମାନେ ଗୁଳିମାଡ ଜାରି ରଖିବାରୁ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ସେମାନଙ୍କ ନିକଟରୁ ଏକେ-୪୭ ଓ ୨ଟି ପିସ୍ତଲ ଜବତ ହୋଇଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ମିଳିଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।