ଚାକିରିରେ ଯୋଗ ପୂର୍ବରୁ ଓଏଫ୍ଏସ ଅଧିକାରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୪ରେ ଘଟିଛି ଦୁଃଖଦ ଘଟଣା। ଚାକିରିରେ ଯୋଗଦେବା ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର। ଖବର ଅନୁଯାୟୀ ଅଭିଳାଷଙ୍କ ଘର ଟିଟିଲାଗଡରେ। ସେ ଡୁମଡୁମା ଫେଜ୍ ୪ରେ ପତ୍ନୀଙ୍କ ସହ ରହୁଥିଲେ। ପୂର୍ବରୁ ବ୍ୟାଙ୍କରେ ଚାକିରି କରୁଥିବା ଅଭିଳାଷ କିଛି ମାସ ତଳେ ଓଫଏସ୍ ପାଇଥିଲେ। ପାରିବାରିକ କଳହ ଯୋଗୁ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।