ସୋନୁ ସୁଦ୍ ଓ ଅକ୍ଷୟ କୁମାରଙ୍କୁ ଭାରତ ରତ୍ନ ପାଇଁ ଦାବି

ମୁମ୍ବାଇ: କରୋନା ମହାମାରି ଭଳି ବିଷମ ପରିସ୍ଥିତିରେ ଅନେକ ବଲିବୁଡ୍ ଷ୍ଟାର ଆଗକୁ ଆସି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । କିନ୍ତୁ ଦୁଇଜଣ ଷ୍ଟାର ଏମିତି ଥିଲେ ଯେଉଁମାନଙ୍କ ନାମ ସବୁଠୁ ବେଶୀ ଚର୍ଚ୍ଚାରେ ଥିଲା । ସୋନୁ ସୁଦ୍ ଓ ଅକ୍ଷୟ କୁମାର ହେଉଛନ୍ତି ସେହି ଦୁଇ ସୁପରଷ୍ଟାର । କରୋନା ସମୟରେ ଏହି ଦୁଇ ବଲିଉଡ୍ ଷ୍ଟାର ଯେଭଳି ଭାବେ ଲୋକଙ୍କୁ ସାହାଯ୍ୟ କଲେ ଏହାକୁ ଦେଖି ସେମାନଙ୍କୁ ଭାରତ ରତ୍ନ ଦେବା ଲାଗି ଲୋକେ ଦାବି କରିଛନ୍ତି । ଏ ନେଇ ଟୁଇଟର୍‌ରେ ଲୋକମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସେମାନଙ୍କର ପ୍ରଶଂସକମାନେ ଲଗାତାର ଦୁଇଜଣ କିପରି ଭାବେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିବା ସହ ସେମାନଙ୍କୁ ରିଅଲ ହିରୋ ବୋଲି ଅଭିହିତ କରିଛନ୍ତି ।
ଅକ୍ଷୟ ବନ୍ୟା ଓ ବାତ୍ୟା ଭଳି ବିପଦ ସମୟରେ ଲୋକଙ୍କ ସାହାଯ୍ୟ ପାଇଁ ସର୍ବଦା ଆଗକୁ ଆସିଥାନ୍ତି । କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ଦାନ କରିଥିଲେ । ଏହା ସହ ‘ଭାରତ କେ ବୀର’ ଆପ୍ଲିକେସନ ମାଧ୍ୟମରେ ଶହୀଦ ପରିବାରମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ସେହିଭଳି ସୋନୁ ସୁଦ ଲକ୍‌ଡାଉନ୍ ଯୋଗୁଁ ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇଥିଲେ । ସୋନୁ ପ୍ରବାସୀ ଶ୍ରମିକମାନଙ୍କ ଲାଗି ନିଜେ ବସ୍ ଯୋଗାଡ଼ କରିବା ସହ ସେମାନଙ୍କୁ ଖାଦ୍ୟପେୟ ଦେଇ ମୁମ୍ବାଇରୁ ସେମାନଙ୍କ ଘରକୁ ପଠାଇଥିଲେ । ୧୨ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ସୋନୁ ଲକ୍‌ଡାଉନ୍ ସମୟରେ ବିଭିନ୍ନ ରାଜ୍ୟକୁ ପଠାଇଥିଲେ । କେବଳ ଏତିକି ନୁହେଁ ଜୁହୁରେ ଥିବା ନିଜ ହୋଟେଲକୁ କରୋନା ସମୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଖୋଲିଦେଇଥିଲେ । ଏହାସହ ପଞ୍ଜାବର ଡାକ୍ତରମାନଙ୍କ ଲାଗି ୧୫୦୦ ପିପିଇ କିଟ୍ ପଠାଇଥିଲେ । ତାଙ୍କର ଏପରି କାର୍ଯ୍ୟଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ମହାରାଷ୍ଟ୍ରର ରାଜ୍ୟପାଳ ତାଙ୍କୁ ପ୍ରଶଂସା କରିଥିଲେ ।

1 Comment

  1. AKSHAY KUMAR is always my Fav… I m a biggest fan of him… I like him not only in Filmy Life but also in Real Life… In Bollywood there is only one Real Hero n that’s AKSHAY KUMAR …….. Salute 2 Him… Aise Great Personality ko BHARAT RATNA tou milna hi chahiye…….

ମତାମତ ଦିଅନ୍ତୁ ।