ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୧୩ ଆହତ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତାର ହରେକୃଷ୍ଣପୁର ଛକ ନିକଟରେଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଅଛନ୍ତି ଚାଳକ ସୁବାଷ ପରାଭୋଇ, କାନ୍ତି ପରାଭୋଇ, ଦମ୍ବୁ ମାଝୀ, ସୁନ୍ଦରୁ ପରାଭୋଇ, ରତୀ ପରାଭୋଇ, ଉଜକ ପରାଭୋଇ, କାଡାପାରା ପରାଭୋଇ, ରୀତି ମାଝୀ, ନକୁଳ ମାଝୀ, ମିନା ମାଝୀ, ଶିଶୁ ଅଶୋକ ପରାଭୋଇ, ଡିଶା ପରାଭୋଇ ଓ ଧାନ ମାଝୀ।

ମତାମତ ଦିଅନ୍ତୁ ।