ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବିଜେପି ପ୍ରତିନିଧି ଦଳ ଡିଜିଙ୍କୁ ଭେଟିଲା

ଭୁବନେଶ୍ୱର : ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରା ନାବାଳିକା ସହ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ପ୍ରତିନିଧି ଦଳ ଆଜି ଡିଜିପିଙ୍କୁ ଭେଟିଛି। ଏହି ଦୁଇଟି ଘଟଣା ପୋଲିସ କ୍ୟାମ୍ପସ ଭିତରେ ଓ ପୋଲିସ ସମ୍ପୃକ୍ତି ଥିବା ଯୋଗୁ ଘଟଣାକୁ ଚପାଇ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିବା ସହ ୪ ଦଫା ଦାବିପତ୍ର ପ୍ରଦାନ କରିଛି।

ଏହି ପ୍ରତିନିଧି ମଣ୍ଡଳୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ସାମିଲ ଥିଲେ।

ମତାମତ ଦିଅନ୍ତୁ ।