କାରଖାନାରେ ବିଷାକ୍ତ ଗ୍ୟାସ ଲିକ, ୨ ମୃତ, ୪ ଅସୁସ୍ଥ

ବିଶାଖାପାଟଣା : ବିଶାଖାପାଟଣାରେ ପରଓ୍ଵାଡ଼ା ଫାର୍ମା ସିଟିରେ ଥିବା ସାଇନର ଲାଇଫସାଇନ୍ସେସ କାରଖାନାରେ ବିଷାକ୍ତ ବେଜିମିଡାଜୋଲ ଗ୍ୟାସ ଲିକ ହେବାରୁ ୨ ଜଣ ଲୋକ ମୃତ୍ୟୁବରଣ କରିବା ସହ ୪ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ମୃତ୍ୟୁବରଣ କରିଥିବା ଦୁଇଜଣ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିଲେ ଓ ସେମାନଙ୍କ ନାଁ ନରେନ୍ଦ୍ର ଓ ଗୌରୀ ଶଙ୍କର ବୋଲି ଜଣାପଡ଼ିଛି । ଗ୍ୟାସ ଲିକ ହେବାବେଳେ ଉକ୍ତ ଦୁଇଜଣ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଫଳରେ ହଠାତ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଆହତମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ତେବେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଗ୍ୟାସ ନିର୍ଗତକୁ ବନ୍ଦ କରାଯାଇଛି । ଗ୍ୟାସ ନିର୍ଗତ ହେବାବେଳେ କାରଖାନାରେ ୩୦ କର୍ମଚାରୀ ଥିଲେ । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ପୁଲିସ ଏସପି ପହଞ୍ଚି ତଦନ୍ତ କରୁଛନ୍ତି ।

ମତାମତ ଦିଅନ୍ତୁ ।