ମା’ କାଳୀଙ୍କ ମନ୍ଦିରକୁ ଏବେ ବି ଆସୁଛନ୍ତି ମହାଭାରତର ଅଶ୍ୱତ୍‌ଥମା

ପୁରାଣ କଥାକୁ ଆଜି ବି ଲୋକେ ବିଶ୍ଵାସ କରନ୍ତି। ଅନେକ ମାନିନ୍ତି ଏଥିରେ ଦିଆଯାଇଥିବା ଉପଦେଶ। ଏହି ଆଧାରରେ କରନ୍ତି ଦେବାଦେବୀଙ୍କୁ ପୂଜାର୍ଚ୍ଚନା। ସବୁକିଛି ନିର୍ଭରକରେ ବିଶ୍ଵାସ ଉପରେ। ଆଜି ବି ଲୋକେ ବିଶ୍ଵାସ କରନ୍ତି ମହାଭାରତର ଅଶ୍ୱତ୍‌ଥମା ଉତ୍ତର ପ୍ରଦେଶର ଏକ କାଳୀ ମନ୍ଦିରକୁ ପୂଜା କରିବା ପାଇଁ ଆସନ୍ତି।

ଶାସ୍ତ୍ରରେ ଉଲ୍ଲେଖ ରହିଛି ମହାଭାରତର ଅଶ୍ୱତ୍‌ଥମା ମା’ କାଳୀଙ୍କ ମନ୍ଦିରକୁ ଆସି ରାତିରେ ପୂଜା କରନ୍ତି। ସ୍ଥାନୀୟ ଲୋକେ ଏବେବି ଏ କଥାକୁ ବିଶ୍ୱାସ କରନ୍ତି। ମା’ କାଳୀଙ୍କ ଏଇ ମନ୍ଦିର ଉତ୍ତର ପ୍ରଦେଶର ଇଟାଓ୍ବା ଜିଲ୍ଲାରେ। ଇଟାଓ୍ବା ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂର ଯମୁନା ନଦୀ କୂଳରେ ଅବସ୍ଥିତ। ଦ୍ୱାପର ଯୁଗର ବିଷୟବସ୍ତୁ ସହିତ ଜଡିତ ମା’ କାଳୀଙ୍କ ମନ୍ଦିରକୁ ମହାଭାରତର ଅଶ୍ୱତ୍‌ଥମା ଆସନ୍ତି ପୂଜାର୍ଚ୍ଚନା କରିବା ପାଇଁ। ପ୍ରତ୍ୟେକ ଦିନ ଭୋର୍‌ରୁ ଏଠାକୁ ଆସି ସର୍ବପ୍ରଥମେ ପୂଜାର୍ଚ୍ଚନା କରନ୍ତି। ନବରାତ୍ରି ସମୟରେ ମନ୍ଦିରରେ ହୁଏ ସ୍ଵତନ୍ତ୍ର ପୂଜାର୍ଚ୍ଚନା। ମାନସିକ ପୂରଣ ପାଇଁ ଭକ୍ତମାନେ ବହୁ ଦୂରଦୂରାନ୍ତରୁ ଏଠାକୁ ଆସିନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରତ୍ୟେକ ଦିନ ମନ୍ଦିର ବନ୍ଦ ହେବା ପୂର୍ବରୁ ଶୁଖିଯାଇଥିବା ମା’ଙ୍କ ମୂର୍ତ୍ତିରୁ ଫୁଲଗୁଡ଼ିକୁ ବାହାର କରିଦିଆଯାଏ। କିନ୍ତୁ ସକାଳେ ମନ୍ଦିର ଖୋଲିଲେ ଦେଖାଯାଏ ଗର୍ଭଗୃହରେ ଫୁଲ ଗୁଡ଼ିକ ସତେଜ ଅବସ୍ଥାରେ ରହିଛି। ଯାହା ପ୍ରମାଣ କରେ ମନ୍ଦିର ଭିତରକୁ କେହି ନା କେହି ଆସି ପୂଜା କରୁଛନ୍ତି।

ମତାମତ ଦିଅନ୍ତୁ ।