ଶାଳୀ ଗୁପ୍ତାଙ୍ଗକୁ ଭିଣୋଇର ଆକ୍ରମଣ

ଭୁବନେଶ୍ଵର : ଶାଳୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ଭିଣୋଇ। ତେବେ ବିରୋଧ କରିବାକୁ ଶାଳୀର ଗୁପ୍ତାଙ୍ଗକୁ କଲା ଆକ୍ରମଣ । ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ରାତି ଅଧରେ ଭିଣୋଇର ଅସଦାଚରଣକୁ ବିରୋଧ କରି ଜଣେ ଯୁବତୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ଭିଣୋଇର ଛୁରାମାଡ଼ରେ ଶାଳୀ ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବୁଧବାର ରାତିରେ ଯୁବତୀ(୧୮) ଜଣଙ୍କ ଘରେ ଶୋଇଥିଲେ । ଏହି ସମୟରେ ତାଙ୍କ ଭିଣୋଇ ଘର ଭିତରକୁ ପଶି ଅସଦାଚରଣ କରିଥିଲା । ଏହାକୁ ଯୁବତୀ ଜଣଙ୍କ ବିରୋଧ କରିଥିଲେ ।  ଏଥିରେ ଭିଣୋଇ ଉତ୍ତ୍ୟକ୍ତ ହୋଇ ଛୁରୀରେ ତାଙ୍କ ଗୁପ୍ତାଙ୍ଗକୁ ଆକ୍ରମଣ କରିଥିଲା । ଫଳରେ ଯୁବତୀ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍ଗୀନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Back to top button