ବୃହସ୍ପତି​ରେ ହେଉଛି ଲଗାତାର ବଜ୍ରପାତ

ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହ ବୃହସ୍ପତି​ରେ ଭୟଙ୍କର ଝଡ ସହିତ ଲଗାତର ବଜ୍ରପାତ। ଏହାର ଫଟୋ ଏବେ ସାମ୍ନାକୁ ଆସିଛି। ଆମେରିକା ମହାକାଶ ଏଜେନ୍ସି (ନାସା)ର ଜୁନୋ ସ୍ପେସ୍‌କ୍ରାଫ୍ଟ ବୃହସ୍ପତି​ରେ ହେଉଥିବା ଝଡ, ଭୟଙ୍କର ବଜ୍ରପାତ ଓ ବାଦଲଫଟା ବର୍ଷାର ଫଟୋ ଜାରି କରିଛି। ଏହି ଫଟୋ ସାଧାରଣ କ୍ୟାମେରା ବ୍ୟତୀତ ଇନ୍‌ଫ୍ରାରେଡ୍, ଅଲଟ୍ରା ଭାଓଲେଟ୍ କ୍ୟାମେରାରୁ ନିଆଯାଇଛି।

ଜୁନୋରୁ ମିଳିଥିବା ଫଟୋକୁ ଅଧ୍ୟୟନ କରାଯିବା ପରେ ଜଣାପଡିଛି ବୃହସ୍ପତି​ରେ ଦୁଇ ପ୍ରକାର ବଜ୍ରପାତ ହୋଇଥାଏ। ନାସାର ବୈଜ୍ଞାନିକମାନେ ଗୋଟିଏର ନାମ ସ୍ପ୍ରାଇଟ୍ ଓ ଅନ୍ୟଟିର ନାମ ଏଲଭ୍ସ ରଖିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବଜ୍ରପାତ ଗ୍ରହର ପୃଷ୍ଠ ଭାଗରେ ନୁହେଁ ବଂର ବାୟୁମଣ୍ଡଳର ଉପରେ ସୃଷ୍ଟି ହେଉଛି। ଯେଉଁ କାରଣରୁ ମହାକାଶରେ ଆଲୋକ ଦେଖିବାକୁ ମିଳୁଛି। ସ୍ପ୍ରାଇଟ୍ ଯୋରରେ ବିଜୁଳି ମାରୁଛି ଶତାଧିକ କିଲୋମିଟର ଦୂର ମହାକାଶରେ ଏହା ଦେଖିବାକୁ ମିଳିଛି। ସେହିପାରି ଏଲଭ୍ ବାୟୁମଣ୍ଡଳର ଉପରେ ଶତାଧିକ କିଲୋମିଟର ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଏଥିରେ ଛୋଟ ଛୋଟ ସ୍ପାର୍କ ଦେଖିବାକୁ ମିଳୁଛି।

ନାସାର ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳର ଉପର ସ୍ତରରେ ଥିବା ନାଇଟ୍ରୋଜେନ୍ କଣିକା ଅନ୍ୟ ଗ୍ୟାସ ସହିତ ମାଡ ହୋଇ ଏଭଳି ହେଉଛି। ୨୦୧୬ରୁ ନେଇ ୨୦୨୦ ଭିତରେ ଜୁନୋ ସ୍ପେସ୍‌କ୍ରାଫ୍ଟ ବୃହସ୍ପତି ଗ୍ରହରେ ଖୁବ୍ ବଡ ଧରଣର ବଜ୍ରପାତ ଦେଉଥିବାର ରେକର୍ଡ କରାଯାଇଛି। ଏହାର ତୀବ୍ରତା ଓ କ୍ଷେତ୍ରଫଳ ଖୁବ୍ ଅଧିକ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।