BSNL ରଦ୍ଦ କଲା 4G ଅପଗ୍ରେଡ୍ ଟେଣ୍ଡର

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲର ୪ଜି ଅପଗ୍ରେଡେସନ୍ ପାଇଁ ଯେଉଁ ଟେଣ୍ଡର ଜାରି କରିଥିଲା ତାକୁ ରଦ୍ଦ କରିଦେଇଛି । କେନ୍ଦ୍ର ସରକାର ସରକାରୀ କମ୍ପାନୀରୁ ଅପଗ୍ରେଡେସନ୍ ପାଇଁ ଚାଇନିଜ୍ ଉପକରଣର ବ୍ୟବହାର କରିବାକୁ ମନା କରିଥିଲେ, ଏବେ ନୂଆ ଟେଣ୍ଡର ଜାରି କରାଯିବ। ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ଟେଲିକମ୍ ଡିପାର୍ଟମେଣ୍ଟ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। 

ନୂଆ ଟେଣ୍ଡରରେ ଏହି କ୍ଷେତ୍ରରେ ଭାରତୀୟ କ୍ଷମତା ବଢାଇବା ଓ ସ୍ୱଦେଶୀ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଜୋର୍ ଦିଆଯିବ । ଏହି ହିସାବରେ ନୂଆ ଟେଣ୍ଡର ଜାରି କରାଯିବ । ଏଥିରେ ମେକ୍ ଇନ୍ ଇଣ୍ଡିଆର ମିଶନକୁ ବଢାଇବା ଯୋଜନା ରହିଛି । ଏଥିରେ ଏହା ମଧ୍ୟ କୁହାଯାଉଛି କି ଏହି ନୂଆ ଟେଣ୍ଡରରେ ଅପଗ୍ରେଡେସନ ପାଇଁ ଉପକରଣ ଉପଲବ୍ଧ କରାଉଥିବା ଚାଇନିଜ୍ କମ୍ପାନୀକୁ ଲିଷ୍ଟରୁ ବାହାର କରିଦିଆଯିବ । କେନ୍ଦ୍ର ସରକାର ବିଏସଏନଏଲ ବ୍ୟତୀତ ଅନ୍ୟ ସରକାରୀ ସଞ୍ଚାର କମ୍ପାନୀ ଏମଟିଏନଏଲକୁ ମଧ୍ୟ ୪ଜି ଅପଗ୍ରେଡରେ ଚାଇନିଜ୍ ଉପକରଣ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମତାମତ ଦିଅନ୍ତୁ ।